କାଳର କପୋଳ ତଳେ:-


ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

ପ୍ରଶ୍ନ ୧।
ଧଉଳି ପାହାଡ଼ ପାଦ ଦେଶରେ କେଉଁ ନଦୀ ବହି ଯାଉଛି ?

ଉତ୍ତର :
ଧଉଳି ପାହାଡ଼ ପାଦ ଦେଶରେ ଦୟାନଦୀ ବହି ଯାଉଛି ।

ପ୍ରଶ୍ନ ୨।
ଅଙ୍ଗଦ ଚଉଧୁରୀ କେଉଁ ବିଷୟର ଛାତ୍ର ?

ଉତ୍ତର :
ଅଙ୍ଗଦ ଚଉଧୁରୀ ଇତିହାସ ବିଷୟର ଛାତ୍ର ।

ପ୍ରଶ୍ନ ୩ ।
ଅଙ୍ଗଦ ଚଉଧୁରୀ କେଉଁ ବିଶ୍ଵବିଦ୍ୟାଳୟର ଛାତ୍ର ?

ଉତ୍ତର :
ଅଙ୍ଗଦ ଚଉଧୁରୀ ନାଳନ୍ଦା ବିଶ୍ଵବିଦ୍ୟାଳୟର ଛାତ୍ର !

ପ୍ରଶ୍ନ ୪।
ଅଙ୍ଗଦ କାହାର ଶିଳାଲେଖ ପଢ଼ିଛନ୍ତି ?

ଉତ୍ତର :
ଅଙ୍ଗଦ ଅଶୋକଙ୍କ ଶିଳାଲେଖ ପଢ଼ିଛନ୍ତି ।

ପ୍ରଶ୍ନ ୫।
କାହା ସ୍ପର୍ଶରେ ଅଙ୍ଗଦ ଚମକି ପଡ଼ିଲେ ?

ଉତ୍ତର :
ରାଜ ବଂଶର ଲୋକଙ୍କ ସ୍ପର୍ଶରେ ଅଙ୍ଗଦ ଚମକି ପଡ଼ିଲେ ।

ପ୍ରଶ୍ନ ୬।
“ଆପଣ କ’ଣ କଳିଙ୍ଗର ମହାରାଜା ?”- ଏହା କିଏ କାହାକୁ କହିଛି ?

ଉତ୍ତର :
ଏହା ଅଙ୍ଗଦ ରାଜବଂଶର ଲୋକଙ୍କୁ କହିଛି ।

ପ୍ରଶ୍ନ ୭।
‘ମୁଁ ତ ଦୁନିଆରେ ସବୁଠାରୁ ଶୀଘ୍ର ଚାଲେ ।? – ଏହା କାହାର ଉକ୍ତି ?

ଉତ୍ତର :
ଏହା ରାଜବଂଶର ଲୋକଙ୍କ ଉକ୍ତି ।

ପ୍ରଶ୍ନ ୮।
କଳିଙ୍ଗ ମହାରଣାଙ୍କ ନାମ କ’ଣି ଥିଲା ?

ଉତ୍ତର :
କଳିଙ୍ଗ ମହାରଣାଙ୍କ ନାମ କୁରୁବାକୀ ଥିଲା ।

ପ୍ରଶ୍ନ ୯।
କେଉଁମାନେ ମହାରାଣାଙ୍କୁ ସସଂଭ୍ରମ ଅଭିବାଦନ ଜଣାଇଲେ ?

ଉତ୍ତର :
ପାତ୍ର ମନ୍ତ୍ରୀ ପରିଷଦ ବର୍ଗଙ୍କ ସମେତ ସମସ୍ତ ସେନାନାୟକ ମହାରଣାଙ୍କୁ ଅଭିବାଦନ ଜଣାଇଲେ ।

ପ୍ରଶ୍ନ ୧୦ ।
କାହା ସହିତ ରାଜଜେମା ଦରବାର କକ୍ଷକୁ ଆସିଲେ ?

ଉତ୍ତର :
ପତିଙ୍କ ସହିତ ରାଜଜେମା ଦରବାର କକ୍ଷକୁ ଆସିଲେ ।

ପ୍ରଶ୍ନ ୧୧ ।
କଳିଙ୍ଗ କିଏ ଆକ୍ରମଣ କରିଛନ୍ତି ?

ଉତ୍ତର :
ମଗଧ ସମ୍ରାଟ ଅଶୋକ ଆକ୍ରମଣ କରିଛନ୍ତି ।

ପ୍ରଶ୍ନ ୧୨ ।
ଯୁଦ୍ଧ କେଉଁଠି ଆରମ୍ଭ ହୋଇଗଲାଣି ?

ଉତ୍ତର :
କଳିଙ୍ଗ ଉପକଣ୍ଠରେ ଯୁଦ୍ଧ ଆରମ୍ଭ ହୋଇଗଲାଣି ।

ପ୍ରଶ୍ନ ୧୩ ।
ଅଚାନକ ଆକ୍ରମଣରେ କଳିଙ୍ଗର କ’ଣ ଧ୍ୱଂସ ହୋଇଛି ?

ଉତ୍ତର :
ସୀମାନ୍ତ ବାହିନୀ ଧ୍ୱଂସ ହୋଇଛି ।

ପ୍ରଶ୍ନ ୧୪ ।
‘କଳିଙ୍ଗ ଏକ ଅତି ସଙ୍କଟ ମୁହୂର୍ତ୍ତରେ ଆସି ପହଞ୍ଚିଛି?? – ଏହା କାହାର ଉକ୍ତି ?

ଉତ୍ତର :
କଳିଙ୍ଗର ମହାମନ୍ତ୍ରୀଙ୍କ ଭକ୍ତି ।

ପ୍ରଶ୍ନ ୧୫ ।
ରାଜେଶ୍ଵରୀ କେତେ ଜଣ ଯୋଦ୍ଧାଙ୍କୁ ଚାହୁଁଥିଲେ ?

ଉତ୍ତର :
ବାରଜଣ ଯୋଦ୍ଧାଙ୍କୁ ରାଜେଶ୍ୱରୀ ଚାହୁଁଥିଲେ ।

ପ୍ରଶ୍ନ ୧୬ ।
ରାଜେଶ୍ଵରୀ କେତେଜଣ ଯୋଦ୍ଧାଙ୍କୁ ବାହାରକୁ ଯିବାକୁ କହିଲେ ?

ଉତ୍ତର :
ରାଜେଶ୍ୱରୀ ପାଞ୍ଚଜଣ ଯୋଦ୍ଧାଙ୍କୁ ବାହାରକୁ ଯିବାକୁ କହିଲେ ।

ପ୍ରଶ୍ନ ୧୭ ।
ଯୁଦ୍ଧରେ କେତେଜଣ ସେନାପତି ରାଜେଶ୍ଵରୀ ସ୍ଥିର କଲେ ?

ଉତ୍ତର :
ଯୁଦ୍ଧରେ ବାରଜଣ ସେନାପତି ରାଜେଶ୍ଵରୀ ସ୍ଥିର କଲେ

ପ୍ରଶ୍ନ ୧୮ ।
ରକ୍ତର ନଦୀ କିଏ ପାଲଟିଲା ?

ଉତ୍ତର :
ରକ୍ତର ନଦୀ ଦୟାନଦୀ ପାଲଟିଲା।

ପ୍ରଶ୍ନ ୧୯ ।
କଳିଙ୍ଗ ଯୁଦ୍ଧ କେତେ ମାସ ଲାଗିଥିଲା ?

ଉତ୍ତର :
କଳିଙ୍ଗ ଯୁଦ୍ଧ ଚାରିମାସ ଲାଗିଥିଲା

ପ୍ରଶ୍ନ ୨୦ ।
କେତେ ଦିନରେ ଯୁଦ୍ଧ ଶେଷ ହେବ ବୋଲି ମହାମନ୍ତ୍ରୀ ମଗଧ ସମ୍ରାଟଙ୍କୁ କହିଥିଲେ ? ମଗଧ ସମ୍ରାଟଙ୍କୁ କହିଥିଲେ ।

ଉତ୍ତର :
ଦୁଇଦିନ ଭିତରେ ଯୁଦ୍ଧ ଶେଷ ହେବ ବୋଲି ମହାମନ୍ତ୍ରୀ

ପ୍ରଶ୍ନ ୨୧ ।
ମଗଧ ସୈନ୍ୟଙ୍କ ନିକଟରୁ କ’ଣ ସରି ଆସୁଥୁଲା ?

ଉତ୍ତର :
ମଗଧ ସୈନ୍ୟଙ୍କ ନିକଟରୁ ରସଦ ସରି ଆସୁଥିଲା ।

ପ୍ରଶ୍ନ ୨୨ ।
ଅଶୋକ କେଉଁ ମନ୍ତ୍ରରେ ଦୀକ୍ଷିତ ହେଲେ ?

ଉତ୍ତର :
ଅଶୋକ ବୁଦ୍ଧଙ୍କର ଅହିଂସା ମନ୍ତ୍ରରେ ଦୀକ୍ଷିତ ହେଲେ ।

ପ୍ରଶ୍ନ ୨୩ ।
ରାଜେଶ୍ଵରୀ କାହା ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ ?

ଉତ୍ତର :
ରାଜେଶ୍ୱରୀ ମଗଧ ସେନାପତିଙ୍କ ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ ।

ପ୍ରଶ୍ନ ୨୪ ।
ରାଜନୀତିର ବ୍ରହ୍ମାସ୍ତ୍ର କ’ଣ ?

ଉତ୍ତର :
ଷଡ଼ଯନ୍ତ୍ର ରାଜନୀତିର ବ୍ରହ୍ମାସ୍ତ୍ର ।

ପ୍ରଶ୍ନ ୨୫ ।
ଶାନ୍ତିସ୍ତୂପନ କେଉଁଠି ଅବସ୍ଥିତ ?

ଉତ୍ତର :
ଧଉଳି ପାଦ ଦେଶ ପାହାଡ଼ରେ ଶାନ୍ତିସ୍ତୂପନ ଅବସ୍ଥିତ ।

Comments

Popular posts from this blog